• Thu. Apr 16th, 2026

ହାତୀ ହାବୁଡ଼ରେ ପଡ଼ି ମହିଳା ଗୁରୁତର

ByANGUL TV

Mar 29, 2026

ହାତୀ ହାବୁଡ଼ରେ ପଡ଼ି ମହିଳା ଆହତ ଅନୁଗୋଳ ବନାଞ୍ଚଳ କରତପଟା ସେକ୍ସନ ପବଲା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା ଆହତ ହୋଇଛନ୍ତି। ଆହତ ମହିଳା ଜଣଙ୍କ ହେଲେ ହାଡ଼ିବନ୍ଧୁ ପଧାନଙ୍କ ସ୍ତ୍ରୀ ପ୍ରମିଳା ପଧାନ (୩୮)। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆହତ ମହିଳା ଜଣଙ୍କ ଭୋର୍ ସକାଳ ଚାରିଟା ସମୟରେ ଝାଡ଼ା ଯାଉଥିଲେ। ଯାହା ଫଳରେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀକୁ ଦେଖି ମହିଳା ଜଣଙ୍କ ନିଜ ଜିବନ ବଞ୍ଚାଇବା ପାଇଁ ଦୌଡ଼ି ଯାଉଥିବା ବେଳେ ଖସି ପଡ଼ିଥିଲେ। ଯାହା ଫଳରେ ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ମହିଳାଙ୍କର ବିଶେଷ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *