• Wed. Apr 15th, 2026

ଓଡ଼ିଆ ନାମଫଳକ ଅଭିଯାନ ଉପଲକ୍ଷେ ସଚେତନତା ପଦଯାତ୍ରା

ByANGUL TV

Apr 4, 2026

: ଅନୁଗୋଳ ଜିଲ୍ଲା ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ତରଫରୁ (ଓଡିଆ ପକ୍ଷ-୨୦୨୬) ପାଳନ ଅବସରରେ ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ -୧୯୫୬ ଅନୁଯାୟୀ ସମସ୍ତ ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନମାନଙ୍କରେ ନାମ ଫଳକ ଓଡିଆ ଭାଷାରେ ଲେଖିବା ପାଇଁ ଏକ ସଚେତନତା ପଦଯାତ୍ରା ଏବଂ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସଚେତନତା ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଜେଲ୍ ରୋଡ, ସେଣ୍ଟ୍ରାଲ ଲଜ,ବଜାରଛକ, ସୂଚନାକେନ୍ଦ୍ର ଛକ, ଥାନା ଛକଦେଇ ଅନୁଗୋଳ ପୌର ପାଳିକା କାର୍ଯ୍ୟାଳୟଠାରେ ଶେଷ ହୋଇଥିଲା। ସଚେତନତା ପାଇଁ ବିଭାଗ ପକ୍ଷରୁ ଦୋକାନର ମାଲିକମାନଙ୍କୁ ପ୍ରଚାର ପତ୍ରିକା ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଅନୁଗୋଳ ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ କୁବେର ବେହେରା, ଅନୁଗୋଳ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ଇତିଶ୍ରୀ ଗାଗରାଇଙ୍କ, ଅନୁଗୋଳ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟପ୍ରକାଶ ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରୀ ଶଙ୍କର ବେହେରାଙ୍କ ସମେତ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ପ୍ରତିନିଧି,ଶ୍ରମିକ ସଂଗଠନର କର୍ମକର୍ତ୍ତା, ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *